ପୁଲିସକୁ ବଡ ସଫଳତା: କଳାହାଣ୍ଡିରୁ ୮ ଚିତାବାଘ ଓ ଗୋଟିଏ ବାଘ ଛାଲ ଜବତ, ୭ ଗିରଫ

କଳାହାଣ୍ଡି,ଏନ୍ଏନ୍ଏସ୍: ଶନିବାର ଦିନ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଏବଂ ଓଡିଶା ଏବଂ ଛତିଶଗଡର ଜଙ୍ଗଲ ଅଧିକାରୀଙ୍କ ମିଳିତ ଟିମ୍ ୮ଟି ଚିତାବାଘ ଛାଲ ଏବଂ ଏକ ବାଘ ଛାଲ ଜବତ କରିଛି। ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଶଶି ପାଲ ଏହି ସୂଚନା ଦେଇଛନ୍ତି। ସେହିପରି ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ସେ କହିଛନ୍ତି ଯେ ଗତ ୬ ମାସ ମଧ୍ୟରେ ଛତିଶଗଡର ସୀମାନ୍ତ ଅଞ୍ଚଳରୁ ୫ଟି ବାଘ ଛାଲ ଜବତ ହୋଇଥିବାରୁ ଏକ ବିରାଟ ଆନ୍ତ-ରାଜ୍ୟ ରାକେଟ ଏହି ବ୍ୟାପାର ଚଳାଉଛନ୍ତି ଏବଂ ସମସ୍ତ ଅଭିଯୁକ୍ତ ଓଡିଶାର କଳାହାଣ୍ଡି ଜିଲ୍ଲାର ବୋଲି ସେ ସୂଚନା ଦେଇଛନ୍ତି।

ଜବତ ହୋଇଥିବା ବାଘ ଛାଲକୁ ଯାଞ୍ଚ କରାଯାଉଛି ଏବଂ ଆବଶ୍ୟକ ସ୍ଥଳେ ଏହାକୁ ଓୟୁଏଟି ସ୍ଥିତ ବନ୍ୟଜନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ କିମ୍ବା ଡେରାଡୁନରେ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଫରେନସିକ୍ ଲ୍ୟାବକୁ ପଠାଯିବ ବୋଲି ପାଲ କହିଛନ୍ତି।