ଜିଲ୍ଲା ପୁଲିସକୁ ବଡ଼ ସଫଳତା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ପୁଲିସକୁ ସର୍ଚ୍ଚ ଅପରେସନ ବେଳେ ବଡ ସଫଳତା ମିଳିଛି। ସର୍ଚ୍ଚ ସମୟରେ ବ୍ୟାପକ ଗୁଳି ଓ ବୋମା ଜବତ ହୋଇଛି। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଏସଓଜି, ବିଏସଏଫ ଓ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ଅଣ୍ଡରାପାଲି ନିକଟରେ ସୁରକ୍ଷାକର୍ମୀ ହ୍ୟାଣ୍ଡ ଗ୍ରେନେଡ଼, ବହୁ ଥ୍ରୀନଟ ଥ୍ରୀ ଓ ନାଇନ ଏମଏମ ଗୁଳି ଜବତ କରିଛି। ମାଓବାଦୀଙ୍କ ଦ୍ଵାରା ଏହି ମାଓ ସାମଗ୍ରୀ ଲୁକ୍କାୟିତ ଭାବେ ରଖାଯାଇଥିବା ବେଳେ ପୁଲିସ ଏହାକୁ ଜବତ କରିଛି। ତେବେ ଏହା ମାଓବାଦୀଙ୍କ ଏକ ଯୋଜନାକୁ ପଣ୍ଡ କରିବା ସହ ତାଙ୍କୁ ଏକ ଶକ୍ତ ଝଟକା ଦେଇଥିବା କୁହାଯାଇଛି।