ମୁମ୍ବାଇ,ଏଜେନ୍ସି: ଆରବସାଗର ଉପକୂଳ ମୁମ୍ବାଇର ମାଜାଗନ ଡକ୍ ଠାରେ ଆଜି ଭାରତୀୟ ନୌସେନାର ପଞ୍ଚମ ସ୍କର୍ପିନ ଶ୍ରେଣୀ ବୁଡ଼ାଜାହଜ ‘ଭଗିର’ର ଶୁଭାରମ୍ଭ ହୋଇଛି। କେନ୍ଦ୍ର ରାଜ୍ୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାଏକ ଏହି ବୁଡାଜାହଜର ଶୁଭାରମ୍ଭ କରିଛନ୍ତି।
ଏହି ବୁଡ଼ାଜାହଜଟି ଫ୍ରାନ୍ସ ନାଭାଲ ଡିଫେନ୍ସ ଆଣ୍ଡ ଏନର୍ଜି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବାବେଳେ ଏହାକୁ ଭାରତୀୟ ନୌସେନାର ପ୍ରୋଜେକ୍ଟ-୭୫ କୁହାଯାଉଛି। ଭାରତରେ ପ୍ରସ୍ତୁତ ହୋଇଥିବା ୬ଟି କାଲଭିର ଶ୍ରେଣୀର ବୁଡ଼ାଯାହଜର ସମକକ୍ଷ ଏହି ଭଗିର ବୁଡ଼ାଜାହାଜ।