ଆଜି ରାଜ୍ୟରେ ୫୭୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ହୋଇଥିବାବେଳେ ଆରୋଗ୍ୟ ହାରରେ ମଧ୍ୟ ସୁଧାର ଆସିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ଆଉ ୫୭୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ କରୋନା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୮୪୦ରେ ପହଞ୍ଚିଛି।

ତେବେ ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ଭିତରେ ଅନୁଗୁଳରୁ ୭୮ ଜଣ, କଟକରୁ ୫୪ ଜଣ, ମୟୂରଭଞ୍ଜରୁ ୫୧ ଜଣା, ସୁନ୍ଦରଗଡ଼ରୁ ୪୩ ଜଣ, ବଲାଙ୍ଗିରରୁ ୪୧ ଜଣ, ଖୋର୍ଦ୍ଧାରୁ ୪୦ ଜଣ, ପୁରୀରୁ ୩୭ ଜଣ, ବାଲେଶ୍ୱରରୁ ୩୪ ଜଣ, କଳାହାଣ୍ଡିରୁ ୨୪ ଜଣ, ଜଗତସିଂହପୁରରୁ ୨୦ ଜଣ, ଯାଜପୁରରୁ ୧୮ ଜଣ, ନୂଆପଡ଼ାରୁ ୧୭ ଜଣ, ବରଗଡ଼ରୁ ୧୪ ଜଣ, କେନ୍ଦୁଝରରୁ ୧୪ ଜଣ, କେନ୍ଦ୍ରାପଡ଼ାରୁ ୧୩ ଜଣ, ସମ୍ବଲପୁରରୁ ୧୩ ଜଣ, ଭଦ୍ରକରୁ ୧୨ ଜଣ, ଢ଼େଙ୍କାନାଳରୁ ୮ ଜଣ, ଝାରସୁଗୁଡ଼ାରୁ ୭ ଜଣ, ନବରଙ୍ଗପୁରରୁ ୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡ଼ା ଓ ସୋନପୁରରୁ ୩ ଜଣ ଲେଖାଏଁ, ଗଞ୍ଜାମ, ଦେବଗଡ଼, କନ୍ଧମାଳ, କୋରାପୁଟ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ ଓ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଷ୍ଟେଟପୁଲରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ ୮ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।