ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କାଲି ଗାଡୁ ଗ୍ରାମରେ ପୁତୁରାର ଟାଙ୍ଗିଆ ଚୋଟରେ ବଡବାପାର ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ରାଇକିଆ ଥାନାରେ ଅଭିଯୋଗ ହୋଇଛି। ଥାନା ଅଧିକାରୀ ଶାନ୍ତନୁ ପ୍ରଧାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ କୌଣସି କାରଣରୁ ପୁତୁରା ମିଲଟନ୍ ଦିଗାଲ (୨୪) ଓ ବଡବାପା ନିକଦନ ଦିଗାଲ(୬୦) ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷୀପ୍ତ ହୋଇ ପୁତୁରା ବଡ଼ବାପାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ବଡବାପାର ମୁତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି।