ବେଙ୍ଗାଲୁରୁ,ଏଜେନ୍ସି: ବେଙ୍ଗାଲୁରୁ ପିନିଆ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି। ଉତ୍କଳ ସମାଜ ଫାଉଣ୍ଡେସନ ବେଙ୍ଗାଲୁରୁ, ଓଡ଼ିଟି ଟ୍ରଷ୍ଟ, ବେଙ୍ଗାଲୁରୁ ଓଡ଼ିଆ ସମାଜ ଏବଂ ଭୁବନେଶ୍ଵରର ପ୍ରମୁଖ ମିଠା ବ୍ରାଣ୍ଡ ଛପନଭୋଗର ମିଳିତ ଉଦ୍ୟମରେ ପ୍ରବାସରେ ପାଳନ ହୋଇଛି ଏହି ଦିବସ। ଏହି ଅବସରରେ ଓଡ଼ିଆ ସୁସ୍ୱାଦୁ ମିଠା ଛେନାପୋଡ଼ ସମସ୍ତଙ୍କର ପ୍ରିୟ ହୋଉପାରିଛି ବୋଲି ମତ ରଖିଥିଲେ ପ୍ରବସୀ।

ଛେନାପୋଡ଼ର ଉଦ୍ଭାବକ ଦଶପଲ୍ଲାର ସ୍ବର୍ଗତ ବିଦ୍ୟାଧର ସାହୁ ଓ ତାଙ୍କ ପୁଅ ସ୍ବର୍ଗତ ସୁଦର୍ଶନ ସାହୁଙ୍କ ମିଠା ପ୍ରସ୍ତୁତି ଉଦ୍ୟମକୁ ମନେପକାଇଥିଲେ ପ୍ରବାସୀ ଓଡ଼ିଆ। ସାହୁ ପରିବାର ପାଇଁ ଛେନାପୋଡ଼ ଆଜି ସାରା ବିଶ୍ୱରେ ଆଦୃତ ହୋଇ ପାରିଛି। ରସଗୋଲା ଦିବସ ପରି ଛେନାପୋଡ଼ ଦିବସ ପାଳନ ଦ୍ୱାରା ଓଡ଼ିଆ ଖାଦ୍ୟସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା।
