ବଢ଼ିଲା ଓଲା ଓ ଉବେର ଭଡ଼ା

ନୂଆଦିଲ୍ଲୀ: ଦେଶରେ ତୈଳଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଆପ୍ ବେସଡ ଏଗ୍ରୀଗେଟର କମ୍ପାନୀ ଓଲା ଓ ଉବେର ଭଡ଼ା ବଢ଼ାଇ ଦେଇଛନ୍ତି । ଉଭୟ କମ୍ପାନୀ ୧୨ ପ୍ରତିଶତ ବଢ଼ାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୨ରୁ ସରକାରୀ ତୈଳ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ଦେଇଛନ୍ତି । ଆଉ ୧୪ ଦିନ ମଧ୍ୟରେ ୧୦ଟଙ୍କା ପ୍ରତି ଲିଟର ପିଛା ଉଭୟ ଇନ୍ଧନ ଦର ବଢ଼ିଛି । ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଦର ୧୦୫. ୪୧ଟଙ୍କା ଓ ଡିଜେଲ ଲିଟର ପିଛା ଦର ୯୬.୬୭ ଟଙ୍କା ରହିଛି । ଏଥିସହିତ ଅନେକ ସହରରେ ପେଟ୍ରୋଲ ଓ ଡିଜେଲ ଦର ଏହାଠୁ ଅଧିକ ରହିଥିବା ଜଣାପଡ଼ିଛି ।