ମାଛ ମାରିବାକୁ ଯାଇ ବଡ ଭାଇ ମୃତହୋଇଥିବା ବେଳେ ସାନ ଭାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡର ବେଳପଡା ବ୍ଲକ୍‌ ଅନ୍ତର୍ଗତ କୁମାରଖୋନ ଗାଁରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। କାଲି ସନ୍ଧ୍ୟା ସମୟରେ କୁମାରଖୋନ ଗାର ଦୀପକ ପୁଟେଲ ଗାଁ’ ନିକଟରେ ଥିବା ଛେଳିଆ ଡ୍ୟାମ୍‌କୁ ମାଛ ମାରିବାକୁ ଯାଇଥିଲା। ମାଛ ମାରିବାକୁ ଯାଇ ଆଉ ଘରକୁ ଫେରିନଥିଲା। ଆଜି ସକାଳେ ଜ୍ୟାମ୍‌ରେ ଦୀପକର ମୃତ ଦେହ ଭାସୁଥିବା ଦେଖି ପରିବାର ଲୋକେ ଉଦ୍ଧାର କରିଥିଲେ।

ସାନ ଭାଇ ବିଶ୍ୱଜିତ ପୁଟେଲ ବଡ଼ ଭାଇର ମୃତ୍ୟୁ ହୋଇଥିବା ଦେଖି ବିଷ ପିଇ ଦେଇଥିଲା। ବିଶ୍ୱଜିତ୍‌କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ବର୍ତ୍ତମାନ ଚିକିତ୍ସା ଚାଲିଛି। ଖବରପାଇ ଘଟଣାସ୍ଥଳରେ ବେଳପଡା ପୁଲିସ ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।