Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନର୍ବାଚନ ହାରିବା ଭୟରେ ହିଂସା ଓ ଅରାଜକତାକୁ ଆପଣାଇଛି ଟିଏମସି : ଧର୍ମେନ୍ଦ୍ର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନର୍ବାଚନ ହାରିବା ଭୟରେ ହିଂସା ଓ ଅରାଜକତାକୁ ଆପଣାଇଛି ଟିଏମସି : ଧର୍ମେନ୍ଦ୍ର

ପଶ୍ଚିମବଙ୍ଗ,ଏଜେନ୍ସି : ତୃଣମୂଳ କଂଗ୍ରେସ(ଟିଏମସି)ର ପାଦତଳୁ ମାଟି ଖସୁଥିବାବେଳେ ଏହାକୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପରାଜୟ ଭୟରେ ହିଂସା ଏବଂ ଅରାଜକତା ରାସ୍ତା ଆପଣାଇଛନ୍ତି। ପଶ୍ଚିମବଙ୍ଗରେ ନିଜର ଜନସଭାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଟିଏମସିର ଆକ୍ରମଣ କରାଯିବା ପ୍ରସଙ୍ଗରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟିଏମସିର ଏହି ଆକ୍ରମଣକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଡା ନିନ୍ଦା କରିବା ସହ କହିଛନ୍ତି ନିର୍ବାଚନକୁ ଆହୁରି ୧୫ ଦିନ ବାକି ରହିଥିବାବେଳେ ଟିଏମସି ଭୟର ବାତାବରଣ ତିଆରି କରୁଛି । ନିଜ ସ୍ଥିତି ହରାଇ ସରିବାପରେ ହିଂସା ଓ ଅରାଜକତାକୁ ଆପଣାଇଛି। ପଶ୍ଚିମବଙ୍ଗର ଜନତା ପରିବର୍ତ୍ତନ ଚାହୁଁଛନ୍ତି ଏବଂ ପରିବର୍ତ୍ତନ ପାଇଁ ମନ ବନାଇ ସାରିଲେଣି ।

ଏହି ଘଟଣା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯିବ । ହିଂସା ରୋକିବା ସହ ଅଧିକ ଅର୍ଦ୍ଧସାମରିକ ବଳ ନିୟୋଜିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦାବି କରିଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀର ସୋନଚୂରା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିର୍ବାଚନ ପ୍ରଚାର କରାଯିବା ବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଟିଏମସି କର୍ମୀମାନେ ଆକ୍ରମଣ କରିଥିଲେ । ଟିଏମସି କର୍ମୀଙ୍କ ଦ୍ୱାରା ପଥର ମାଡ଼ ଯୋଗୁଁ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ପୂର୍ଣ୍ଣଚନ୍ଦ୍ର ପାତ୍ର ଗୁରୁତର ଆହତ ହେବା ସହ ଅନେକ କାର୍ଯ୍ୟକର୍ତ୍ତା ଆହତ ହୋଇଥିଲେ । ଏହାପରେ ଆହତ କାର୍ଯ୍ୟକର୍ତ୍ତାଙ୍କୁ ସ୍ଥାନୀୟ ମେଡିକାଲରେ କେନ୍ଦ୍ରମନ୍ତ୍ରୀ ଭର୍ତ୍ତି କରିବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।