ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ଉପନିର୍ବାଚନ: ବିଜେଡିର ବାଜିମାତ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଏଥିରେ ଶାସକ ବିଜେଡି ଦଳର ବାଜିମାତ ହୋଇଥିବା ଜଣାପଡ଼ିଛି । ଉକ୍ତ ଉପନିର୍ବାଚନରେ ବିଜେଡିର ଦେବସ୍ମିତା ଶତପଥୀ ମୋଟ ୩,୧୧୧ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିରୋଧୀ ବିଜେପି ପକ୍ଷରୁ ରଞ୍ଜିତା ନାୟକ ୭୫୬ଟି ଓ କଂଗ୍ରେସ ପ୍ରାର୍ଥିନୀ ମଧୁଲିନା ଦିଗାଲ ୬୧୪ଟି ଓ ନୋଟାରେ ୩୮ଟି ଭୋଟ ପଡ଼ିଥିଲା । ସେହିପରି ଜାତୀୟ କଂଗ୍ରେସ ଗତଥର ଅପେକ୍ଷା ଚଳିତ ନିର୍ବାଚନରେ ଭୋଟ ହାର ବଢ଼ିଥିବାବେଳେ ଶାସକ ବିଜେଡି ଗତ ନିର୍ବାଚନଠାରୁ ୧,୧୨୭ ଭୋଟ ବ୍ୟବଧାନରେ ବାଜିମାତ କରିଥିବା ଜଣାପଡ଼ିଛି ।