ବଢ଼ିଲା ଦେଶର ଜିଡିପି

ନୂଆଦିଲ୍ଲୀ: ଭାରତର ଅର୍ଥ ବ୍ୟବସ୍ଥାକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । ଚଳିତ ଆର୍ଥିକ ବର୍ଷର ଜୁଲାଇରୁ ସେପ୍ଟେମ୍ବର ଅର୍ଥାତ୍ ତ୍ରୟ ମାସରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିଛି । ଗତ ବର୍ଷ ଏହି ତ୍ରୟ ମାସରେ ଅଭିବୃଦ୍ଧି ହାର ୬.୨ ପ୍ରତିଶତ ଥିଲା । ଏହି ଅଭିବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଶ୍ ଖୁସି ଅଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବୈଶ୍ୱିକ ସ୍ତରରେ ଚାଲିଥିବା କଠିନ ସମୟ ମଧ୍ୟରେ ଏହି ସଂଖ୍ୟା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଶକ୍ତି ପ୍ରଦାନ କରିବ । ଏହାଦ୍ୱାରା ଅଧିକ ଅବସର ସୃଷ୍ଟି ହେବ ଯାହାକି ଲୋକଙ୍କ ଜୀବନ ଯାପନରେ ସୁଧାର ଆଣିବ ଏବଂ ବିକାଶ ସୁନିଶ୍ଚିତ କରିବାରେ ପ୍ରତିବଦ୍ଧ ହୋଇପାରିବ ।