ଫେକ୍ ନ୍ୟୁଜ ପ୍ରସାର ନ କରିବାକୁ ଅନୁରୋଧ କଲେ ଭୂମିକା

କଟକ,ଏନ୍ଏନ୍ଏସ୍: ମହାନଦୀରେ ଓଲିଉଡ଼ ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା ଦାସ ପଡ଼ିଯିବା ଘଟଣାକୁ ନେଇ ଗତକାଲିଠୁ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ନିଜ ମନ୍ତବ୍ୟରେ ପାରିବାରିକ କଳହରୁ ଭୂମିକା ନଦୀକୁ ଡେଇଁ ପଡ଼ିଥିବା ମଧ୍ୟ ବୟାନ ଦେଇଛନ୍ତି। ତେବେ ଏଭଳି ଏକ ଫେକ ନ୍ୟୁଜ ପ୍ରସାର ନ କରିବାକୁ ଆଜି ଭୂମିକା ନିଜେ ଏକ ଭିଡିଓ ବାର୍ତ୍ତାରେ ଅନୁରୋଧ କରିଛନ୍ତି।

ସେ ଏହି ଭିଡିଓ ବାର୍ତ୍ତା ମଧ୍ୟରେ କହିଛନ୍ତି କି, ଦୀପାବଳି ପୂଜା ପାଇଁ ଉପବାସ କରି ଥିବାରୁ ମୋ ମୁଣ୍ଡ ବିନ୍ଧୁଥିଲା। ନଦୀକୁ ପୂଜା ସାମଗ୍ରୀ ପକାଇବାକୁ ଯାଇଥିବାବେଳେ ମୁଣ୍ତ ବୁଲାଇ ଦେବାରୁ ସେ ନଦୀକୁ ଖସି ପଡ଼ିଲେ। ସେହି ସମୟରେ ସେ ଉଚ୍ଚା ହିଲ ପିନ୍ଧି ଥିବାରୁ ନିଜକୁ ନିୟନ୍ତ୍ରଣ କରିପାରିନଥିଲେ ବୋଲି ବୋଲି ମତ ରଖିଛନ୍ତି। ଏହାସହ ସେ କହିଛନ୍ତି, ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଖବର ସମ୍ପୂର୍ଣ୍ଣ ଭାବେ ମିଛ ଏବଂ ମୋ ସ୍ୱାମୀ ଓ ପରିବାର ଲୋକଙ୍କ ନା’ରେ ଗୁଜବ ସୃଷ୍ଟି କରାଯାଉଛି ବୋଲି କହିଛନ୍ତି। ତେଣୁ ଏଭଳି ଏକ ମିଛ ଖବରକୁ ବିଶ୍ୱାସ ନକରିବା ଓ ଏହାକୁ ସେୟାର ନ କରିବାକୁ ଭୂମିକା ଅନୁରୋଧ କରିଛନ୍ତି।