ଗୁଇନ୍ଦା କାର୍ଯ୍ୟାଳୟରେ ବିସ୍ଫୋରଣ, ରକେଟ ଆକ୍ରମଣ ଆଶଙ୍କା ମଧ୍ୟରେ ପଂଜାବରେ ହାଇ ଆଲର୍ଟ

ଚଣ୍ଡୀଗଡ଼,ଏଜେନ୍ସି: ପଂଜାବର ମୋହାଲିସ୍ଥିତ ସୋହାନାରେ ଗୁଇନ୍ଦା ବ୍ୟୁରୋର କାର୍ଯ୍ୟାଳୟରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ସୋମବାର ସନ୍ଧ୍ୟା ସାଢ଼େ ୭ଟାରେ ହୋଇଛି, ଯେଉଁଥିର ପ୍ରଭାବ ଭୟଙ୍କର ଥିଲା। କୋଠାର କାଚଗୁଡ଼ିକ ଭାଙ୍ଗି ଯାଇଛି। ଏହି ବିସ୍ଫୋରଣର ଶବ୍ଦ ବହୁ ଦୂରକୁ ମଧ୍ୟ ଶୁଭିଛି। ସୂଚନା ମିଳିବା ପରେ ଏସଏସ୍‌ପି ଆଇଜି ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ଏହା ବ୍ୟତୀତ ପଂଜାବରେ ହାଇ ଆଲର୍ଟ ଜାରି କରିଦିଆଯାଇଛି।

ପଂଜାବ ଗୁଇନ୍ଦା କାର୍ଯ୍ୟାଳୟର ତୃତୀୟ ମହଲାରେ ବିସ୍ଫୋରଣ ହୋଇଥିଲା। କୁହାଯାଉଛି ଯେ, ରକେଟରେ ହୋଇଥିବା ଗ୍ରେନେଡ କୋଠାର ୩ୟ ମହଲାକୁ ଟାର୍ଗେଟ କରାଯାଇଥିଲା। ବିସ୍ଫୋରଣରେ କାହାରି କିଛି ହୋଇନାହିଁ । ବିସ୍ଫୋରଣ ପରେ କୋଠାର କାଚଗୁଡ଼ିକ ଭାଙ୍ଗି ଯାଇଛି। ଏହି ଘଟଣା ପରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ)ର ଟି ପଠାଯାଇଛି।

ବିସ୍ଫୋରଣ ପରେ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ବୟାନ ଆସିଛି। ସେ କହିଛନ୍ତି ଯେ, ମୋହାଲି ଗୁଇନ୍ଦା ମୁଖ୍ୟାଳୟରେ ବିସ୍ଫୋରଣ ନେଇ ମୁଁ ସ୍ତବ୍ଧ। ଖୁସିର କଥା ହେଲା ଯେ, କାହାରିକୁ ଆଘତ ପହଞ୍ଚି ନାହିଁ। ପୁଲିସ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ଏହା କରାଯାଇଥିବା ଅନୁମାନ କରାଯାଉଛି, ଯାହାକି ଚିନ୍ତାର ବିଷୟ।