ଭାରତ ବନ୍ଦ ଡ଼ାକରାକୁ କଂଗ୍ରେସ ପକ୍ଷରୁ ସମର୍ଥନ

ବାରିପଦା,ଏନ୍ଏନ୍ଏସ୍: ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଆସନ୍ତାକାଲି ୧୨ ଘଣ୍ଟିଆ ଭାରତ ବନ୍ଦକୁ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଦେବ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ହେମନ୍ତ ଦାସ ଘୋଷଣା କରିଛନ୍ତି। ଏଥି ସହିତ ଜିଲ୍ଲା ସମସ୍ତ ବ୍ଲକ୍ ଓ ନଗର କମିଟିକୁ ବନ୍ଦ ପାଳନରେ ସହଯୋଗ ଦେବାକୁ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଦାସ ପରାମର୍ଶ ଦେଇଛନ୍ତି।