ଗଛରେ ପିଟିହେଲା ଅଟୋ : ୫ ଆହତ

ସଇଁନ୍ତଳା,ଏନ୍ଏନ୍ଏସ୍: ପାଟଣାଗଡ଼ ନିକଟସ୍ଥ କେନ୍ଦୁମୁଣ୍ଡି ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଚନ୍ଦନଭାଟି ନିକଟସ୍ଥ ସରଗାଡ଼ରୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାପାଇଁ ପାଟଣାଗଡ଼ ନିକଟସ୍ଥ ଖଲିପଥରକୁ ଯାଉଥିବା ବେଳେ କେନ୍ଦୁମୁଣ୍ଡି ଠାରେ ଅଟୋଟି ରାସ୍ତା କଡ଼ର ଏକ ଗଛରେ ପଟିହୋଇ ଯାଇଥିଲା। ଫଳରେ କୁମ ସେଠ, ନୀରୁ ନାଗ, ପିଙ୍କି ସେଠ, ବୁଢ଼ା ବିଶ, ନିଖିଳ ସେଠ, ରିଙ୍କି ନାଗ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନିଖିଳ ଗୁରୁତର ଥିବା ଜଣାପଡ଼ିଛି । ତେବେ ଘଟଣାସ୍ଥଳରୁ ଅଟୋ ଚାଳକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।