ପାରା ଅଲମ୍ପିକରେ ପଦକ ସୁନିଶ୍ଚିତ କଲେ ଭାବିନା ପଟେଲ

ନୂଆଦିଲ୍ଲୀ: ଭାରତର ଭାବିନା ପଟେଲ ଟୋକିଓରେ ଚାଲିଥିବା ପାରା ଅଲମ୍ପିକରେ ଇତିହାସ ରଚିଛନ୍ତି। ଟେବୁଲ ଟେନିସ ଇଭେଣ୍ଟର ମହିଳା ଏକକ ବର୍ଗରେ ଭାବିନା ସେମିଫାଇନାଲରେ ପହଂଚିଛନ୍ତି। ଏହାସହ ଭାରତ ପାଇଁ ଗୋଟିଏ ପଦକ ସୁନିଶ୍ଚିତ କରିଛନ୍ତି। ଭାବିନା ଭାରତର ପ୍ରଥମ ଟେବୁଲ ଟେନିସ ଖେଳାଳି ଯିଏକି ପାରା ଅଲମ୍ପିକରେ ପଦକ ଜିତିବାକୁ ଯାଉଛନ୍ତି। ସେମିଫାଇନାଲରେ ସେ ଚୀନର ମିୟାଓ ଝାଙ୍ଗଙ୍କୁ ଭେଟିବେ।

ପଦକ ସୁନିଶ୍ଚିତ କରିବା ପରେ ଭାବିନା କହିଛନ୍ତି ଯେ, ‘ସମଗ୍ର ଭାରତବାସୀଙ୍କ ଯୋଗୁ ମୁଁ ଏଠାରେ ପହଂଚିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆଜି କ୍ୱାର୍ଟର ଫାଇନାଲ ଜିତିକ ଆସିଛି। କାଲି ମୋର ସେମିଫାଇନାଲ ମ୍ୟାଚ୍ ଅଛି। ମୋ ପ୍ରତି ଏମିତି ଭଲ ପାଇବା ବଜାୟ ରଖନ୍ତୁ।’