ଭୁବନେଶ୍ୱରରୁ ୨୧୩ ଆକ୍ରାନ୍ତ: ୨୬୩ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ୨୧୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ  ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୪ଜଣ ଓ ସ୍ଥାନୀୟ ସଂକ୍ରମଣ ୧୮୫ଜଣ ରହିଛନ୍ତି। ଅନ୍ୟପଟେ ୨୬୨ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୨୧୩ଜଣଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬୦ହଜାର ୨୯୨ ହୋଇଥିବାବେଳେ ୧ଲକ୍ଷ ୧ହଜାର ୯୭୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୯୯୦ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୩୦୮ଜଣ ଚିକିତ୍ସିତ ହେଉଛନ୍ତି।