ଲୋକଙ୍କ ପାଇଁ ପୋଖରୀ ଓ ବୋରୱେଲ ପୁର୍ନଉଦ୍ଧାର କଲା ବେଦାନ୍ତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମ ପକ୍ଷରୁ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ପୋଖରୀ ଓ ବୋରୱେଲ ଗୁଡ଼ିକର ପୁର୍ନଉଦ୍ଧାର କରାଯାଇଛି। କାତିକେଲା, ଦଲକି, ପରମାଣପୁର ଓ ବଡ଼ମାଲ ଗ୍ରାମପଂଚାୟତରେ ୧୬ଟି ଗୋଷ୍ଠୀ ପୋଖରୀ ଓ ୧୪ଟି ବୋରୱେଲକୁ ପୁର୍ନଉଦ୍ଧାର କରି ଲୋକାର୍ପିତ କରାଯାଇଛି। ଏହାଦ୍ୱାରା ବର୍ଷା ଋତୁ ପରେ ଘରୋଇ, ଗୃହପାଳିତ ପଶୁ ଓ ଚାଷବାସ ଆଦି କାର୍ଯ୍ୟ ପାଇଁ ଜଳାଭାବ ଦେଖା ଦେବନାହିଁ। କମ୍ପାନୀ ଗୋଷ୍ଠୀ ମଧ୍ୟରେ ଥିବା ପୋଖରୀକୁ ପରିଷ୍କାର, ଭୂତଳ ଜଳ ରିଚାର୍ଜ ଓ ବର୍ଷାଜଳ ଅମଳ କରିବା ପାଇଁ ହ୍ୟାଣ୍ଡ ପମ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ କାର୍ଯ୍ୟ କରିଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ଇକୋ ସିଷ୍ଟମ ପୁର୍ନଉଦ୍ଧାର ପ୍ରକ୍ରିୟା ଦ୍ୱାରା ୩ ହଜାର ଲୋକଙ୍କ ପାଇଁ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରାଯାଇପାରିବ। ସମସ୍ତ ପୋଖରୀ ନିକଟରେ ସ୍ନାନ ପାଇଁ ସୁବିଧା କରିବା ସହ ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନତା ଓ ବ୍ୟକ୍ତିଗତ ସ୍ୱଛତା ବିଷୟରେ ମଧ୍ୟ ବେଦାନ୍ତ ସୂଚନା ପ୍ରଦାନ କରୁଛି।

ଏହି ପରିପ୍ରେକ୍ଷୀରେ ବେଦାନ୍ତର ଡେପୁଟି ସିଇଓ ଦୀପକ ପ୍ରସାଦ କହିଛନ୍ତି ଯେ, ଜଳ ହେଉଛି ଏକ ପ୍ରାକୃତିକ ସମ୍ବଳ। ଆମେ ଜଳ ସଂରକ୍ଷଣ କରିବାକୁ ଚେଷ୍ଟା କରିବା । ଆମର ଉଦ୍ଦେଶ୍ୟ ହେଉଛି ଶୂନ୍ୟ କ୍ଷତି, ଶୂନ୍ୟ ବର୍ଜ୍ୟ ଓ ଶୂନ୍ୟ ନିଷ୍କାସନ । ଆମେ ସ୍ଥାନୀୟ ଅଂଚଳରେ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବାକୁ ଚାହୁଁଛୁ । ଆମ ପରିବେଶକୁ ବଜାୟ ରଖିବାକୁ ହେଲେ ଜଳର ଗୁରୁତ୍ୱକୁ ବୁଝିବାକୁ ହେବ ଦୀପକ ପ୍ରସାଦ କହିଛନ୍ତି।