Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏସିଆରେ ବେଙ୍ଗାଲୁରୁ ସବୁଠୁ ମହଙ୍ଗା କର୍ମସ୍ଥଳୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏସିଆରେ ବେଙ୍ଗାଲୁରୁ ସବୁଠୁ ମହଙ୍ଗା କର୍ମସ୍ଥଳୀ

-ସପ୍ତମ ସ୍ଥାନରେ ଦିଲ୍ଲୀ କନ୍ନଟ୍ ପ୍ଲେସ୍

ନୂଆଦିଲ୍ଲୀ: ଭାରତରେ ଆର୍ଥିକ ଅଭିବୃଦ୍ଧି ହାରରେ ହ୍ରାସ ଦେଖିବାକୁ ମିଳିଥିବା ସତ୍ତେ୍ୱ ବଡ଼ବଡ଼ ସହରଗୁଡ଼ିକରେ ଭଡ଼ାସ୍ୱରୂପ କର୍ମସ୍ଥଳୀକୁ ପ୍ରଦାନ କରିବା କ୍ଷେତ୍ରରେ ବେଶ୍ ସୁଦୃଢ଼ ପରିଲକ୍ଷିତ ହୋଇଛି। ଏସିଆ ପ୍ରଶାନ୍ତ କ୍ଷେତ୍ରରେ ଦ୍ରୁତ ଗତିରେ ମହଙ୍ଗା ହେଉଥିବା ୨୦ଟି କର୍ମସ୍ଥଳୀ ମଧ୍ୟରେ ଭାରତୀୟ ସହର ନିଜର ଆଧିପତ୍ୟ ଜାହିର କରିଛି। ଏ କ୍ଷେତ୍ରରେ ବେଙ୍ଗାଲୁରୁ କେନ୍ଦ୍ରୀୟ ବ୍ୟବସାୟିକ କ୍ଷେତ୍ର (ସିବିଡି) ସବୁଠୁ ଆଗରେ ରହିଥିବାବେଳେ ରାଜଧାନୀ ଦିଲ୍ଲୀର କନ୍ନଟ୍ ପ୍ଲେସ୍ ଏହି ତାଲିକାରେ ସପ୍ତମ ଏବଂ ମୁମ୍ବାଇର ବାନ୍ଦ୍ରା କୁର୍ଲା ପରିସର ୧୧ତମ ସ୍ଥାନରେ ରହିଛି।

ଅନ୍ତର୍ଜାତୀୟ ସମ୍ପତ୍ତି ପରାମର୍ଶଦାତା ଫାର୍ମ ନାଇଟ୍ ଫ୍ରାଙ୍କ୍ର ସଦ୍ୟ ତ୍ରୟମାସିକ ରିପୋର୍ଟର ‘ଏସିଆ-ପାସିଫିକ୍ ପ୍ରାଇମ୍ ଅଫିସ୍ ରେଣ୍ଟାଲ୍ ଇଣ୍ଡେକ୍ସ-୨୦୧୯’ ମୁତାବକ, ବେଙ୍ଗାଲୁରୁରେ ଏମ୍ଜି ରୋଡ୍, ଇନ୍ଫ୍ୟାଣ୍ଟ୍ରି ରୋଡ୍ ଏବଂ ରେସିଡେନ୍ସି ରୋଡ୍ ଆଦି ଅଞ୍ଚଳ ଭଳି କେନ୍ଦ୍ରୀୟ ବ୍ୟବସାୟିକ କ୍ଷେତ୍ର (ସିବିଡି)ରେ କର୍ମସ୍ଥଳୀ ଭଡ଼ାରେ ସର୍ବାଧିକ ୧୭.୬% ବାର୍ଷିକ ଅଭିବୃଦ୍ଧି ଉଲ୍ଲେଖ କରାଯାଇଛି। ନାଇଟ୍ ଫ୍ରାଙ୍କ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ ଏମ୍ଡି ଶିଶିର ବେଜଲ୍ କହିଛନ୍ତି ଯେ, ଭାରତରେ ଭଡ଼ା ରୂପେ ଅଫିସ୍ ଦିଆଯାଉଥିବା କ୍ଷେତ୍ର କ୍ରମାଗତ ରୂପେ ବଢ଼ିଚାଲିଛି, ଯାହା ଭଡ଼ା ମୂଲ୍ୟରେ ପରିଲକ୍ଷିତ ହେଉଛି।

ରିପୋର୍ଟ ମୁତାବକ, ଦିଲ୍ଲୀର କନ୍ନଟ୍ ପ୍ଲେସ୍ ଏବଂ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ (ବିକେସି) ତରଫରୁ ୨୦୧୯ର ତୃତୀୟ ତ୍ରୟମାସରେ ୪.୪%ର ତୁଳନାତ୍ମକ ବୃଦ୍ଧି ଏବଂ ବାର୍ଷିକ ୨% ବୃଦ୍ଧି ଉଲ୍ଲେଖ କରାଯାଇଛି। ଦିଲ୍ଲୀ ଏନ୍ସିଆର୍ ଏବଂ ମୁମ୍ବାଇର କେନ୍ଦ୍ରୀୟ ବ୍ୟବସାୟିକ ଅଞ୍ଚଳକୁ ଅଫିସ୍ ଭଡ଼ା ଦୃଷ୍ଟିରୁ ପଞ୍ଚମ ଏବଂ ସପ୍ତମ ମହଙ୍ଗା ବଜାର ରୂପେ ସ୍ଥାନିତ କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ହାରାହାରି ମାସିକ ଭଡ଼ା ବର୍ଗମିଟର ପିଛା ଯଥାକ୍ରମେ ୩,୬୨୬ ଟଙ୍କା ଏବଂ ୩,୨୨୩ ଟଙ୍କା ରହିଛି।

ରିପୋର୍ଟ ମୁତାବକ, ବେଙ୍ଗାଲୁରୁ ପରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ମେଲ୍ବର୍ଣ୍ଣ ଓ ବ୍ୟାଙ୍କକ୍ ଆଦିର ସିବିଡିର ସ୍ଥାନ ରହିଛି। ଯେଉଁଠି କାର୍ଯ୍ୟାଳୟଗୁଡ଼ିକର ଭଡ଼ାରେ ଯଥାକ୍ରମେ ୧୫.୫% ଏବଂ ୯.୪% ବାର୍ଷିକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ମାସିକ ଭଡ଼ା କ୍ଷେତ୍ରରେ ହଂକଂ ବର୍ଗମିଟର ପିଛା ପ୍ରାୟ ୧୪,୪୬୨ ଟଙ୍କା ସହିତ ଏସିଆ ପ୍ରଶାନ୍ତ କ୍ଷେତ୍ରରେ ସବୁଠୁ ମହଙ୍ଗା ସହର ରୂପେ ପରିଚୟ ହାସଲ କରିଛି। ଏହାପରେ ବର୍ଗମିଟର ପିଛା ୧୧୦.୯ ଡଲାର ସହିତ ଟୋକିଓ ଏବଂ ୮୦.୫ ଡଲାର ସହିତ ସିଙ୍ଗାପୁରର ସ୍ଥାନ ରହିଛି।