ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ମିରହାମା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପରେ ସୁରକ୍ଷା ବଳ ଦ୍ୱାରା ଏନକାଉଣ୍ଟର ଜାରି ରହିଛି । ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପାକସ୍ତାନ ଆତଙ୍କବାଦୀ ସଂଘର୍ଷ ସମୟରେ ପ୍ରାଣ ହରାଇଥିବା ନେଇ ଜମ୍ମୁ-କଶ୍ମୀର ଆଇଜି ସୂଚନା ଦେଇଛନ୍ତି ।

ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ନେଇ ସୁରକ୍ଷା ବଳକୁ ଗୁପ୍ତ ସୂଚନା ମିଳିଥିଲା । ପରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଆତଙ୍କବାଦୀଙ୍କ ତରଫରୁ ଆରମ୍ଭ ହୋଇଥିବା ଗୁଳି ଚାଳନାର ଜବାବ ଦେବାକୁ ଯାଇ ସୁରକ୍ଷାବଳ ଏନକାଉଣ୍ଟର କରିଥିଲା ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମ୍ବା ପଞ୍ଚୟତ ଗସ୍ତ କରିବାର ଦିନକ ପୂର୍ବରୁ ଏନକାଉଣ୍ଟର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।