ଏସିଆନ ରେସଲିଂ ଚାମ୍ପିଆନସିପର ରବି ଦହିୟାଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସିଆନ ରେସଲିଂ ଚାମ୍ପିଆନସିପର ୫୭ କେଜି ପୁରୁଷ ବର୍ଗରେ ଭାରତକୁ ବଡ଼ ସଫଳତା ମିଳିଛି । ଏଥିରେ ଭାରତୀୟ ରେସଲର ରବି ଦହିୟା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ରବି ଚୂଡ଼ାନ୍ତ ମୁକାବିଲାରେ କଜାକିସ୍ତାନ ରେସଲର କଲଜାନ ରଖାତଙ୍କୁ ଏକତରଫା ଭାବେ ୧୨-୨ରେ ହରାଇ ଦେଇଛନ୍ତି । ଏହାସହ ଏସିଆନ ରେସଲିଂ ଚାମ୍ପିଆସିପରେ ଲଗାତାର ୩ଥର ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତର ପ୍ରଥମ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରବି ୨୦୨୦ ଓ ୨୦୨୧ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ସୂଚନାଯୋଗ୍ୟ, ରବି ଦହିୟା ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ହାସଲ କରିଥିଲେ ।