ଡିସେମ୍ବର ୨୦୨୪ ପୂର୍ବରୁ ଆମେରିକା ଭଳି ହେବ ଭାରତ ସଡ଼କ: ନୀତିନ ଗଡ଼କାରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଲୋକସଭାରେ ଭାରତର ସଡ଼କ ଢାଞ୍ଚାକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ଏହି କ୍ରମରେ ଦେଶକୁ ସମୃଦ୍ଧ କରିବା ପାଇଁ ଡିସେମ୍ବର ୨୦୨୪ ପୂର୍ବରୁ ଭାରତର ସଡ଼କ ଢାଞ୍ଚା ଆମେରିକା ଭଳି ହେବ ବୋଲି ଗଡ଼କାରୀ ସୁନିଶ୍ଚିତ କରିଛନ୍ତି । ଏଥିସହିତ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସମସ୍ୟାର ସମାଧାନ ଓ ସଡ଼କ ଢାଞ୍ଚା ନିର୍ମାଣ ପାଇଁ ୬୨ ହଜାର କୋଟି ଟଙ୍କାର ପରିଯୋଜନା ଉପରେ କାର୍ଯ୍ୟ ଜାରି ରହିଛି ବୋଲି ଗଡ଼କାରୀ ସୂଚନା ଦେଇଛନ୍ତି ।

ନୀତିନ ଗଡ଼କାରୀ କହିଛନ୍ତି ଯେ, ଆମେରିକା ସଡ଼କ ଭଲ ନୁହେଁ କାହିଁକି ନା ଆମେରିକା ଧନୀ । ଆମେରିକା ଧନୀ କାରଣ ତା’ର ସଡ଼କ ଭଲ ।