କଣ୍ଟାବାଞ୍ଜିରେ ବିଜେପି ନେତା କନକବର୍ଦ୍ଧନ ସିଂଦେଓଙ୍କ ରୋଡ ଶୋ’

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପ୍ରଚାରର ଆଜି ହେଉଛି ଶେଷ ଦିନ। ସେଥିପାଇଁ ରାଜନୈତିକ ଦଳମାନେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ଆଜି କଣ୍ଟାବାଞ୍ଜିରେ ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂଦେଓ ପ୍ରଚାରର ମଙ୍ଗ ଧରିଥିଲେ । ସ୍ଥାନୀୟ ରୋଡ ନଂ ୩ରେ ଏକ ନିର୍ବାଚନୀ ସଭା କରି କଣ୍ଟାବାଞ୍ଜିର ୧୬ଟି ୱାର୍ଡର କାଉନସିଲର ପ୍ରାର୍ଥୀ ଓ ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ବେଦବ୍ୟାସ ନାଗଙ୍କୁ ଭୋଟ ଦେବା ପାଇଁ ଭୋଟ ମାଗିଥିଲେ । ପରେ ଏକ ରୋଡ ଶୋ’ ମଧ୍ୟ କରିଥିଲେ । ଏହି ରୋଡ ଶୋ’ କଣ୍ଟାବାଞ୍ଜି ସହର ପରିକ୍ରମା କରିଥିଲା । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଲକ୍ଷବଚ୍ଚ ବାଗଙ୍କ ସହ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।