ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣାଗଡ଼,ଏନ୍ଏନ୍ଏସ୍: ବେଲପଡ଼ା ଥାନା ଅନ୍ତର୍ଗତ ବାଲିଖମାର ଠାରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଅବସ୍ଥାରେ ପଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ସୂଚନା ଅନୁସାରେ ଶୁକ୍ରବାର ସକାଳୁ ବାଲିଖମାର ଗ୍ରାମର ଗିରିଧାରି କଟା ନାମକ ଜଣେ ବ୍ୟକ୍ତି ନିକଟସ୍ଥ ଜଙ୍ଗଳକୁ କାଠ ଆଣିବାକୁ ଯାଇଥିଲେ। ସେହି ସମୟରେ ହଠାତ ଏକ ଜଙ୍ଗଲୀ ଭାଲୁ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ସେ ଉକ୍ତ ବ୍ୟକ୍ତିର ମୁଣ୍ଡରେ ଆକ୍ରମଣ କରିବାରୁ ଗୁରୁତର ହୋଇଯାଇଥିଲା। ଘଟଣାର ଖବରପାଇ ପରିବାର ଲୋକେ ଘଟଣାସ୍ଥଲରେ ପହଞ୍ଚି ଗିରିଧାରୀକୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତିକରି ଚିକିତ୍ସା କରୁଥିବା ଜଣାଯାଇଛି। ପ୍ରଶାସନ ଓ ଜଙ୍ଗଲ ବିଭାଗ ପକ୍ଷରୁ ଉକ୍ତ ବ୍ୟକ୍ତିକୁ ସରକାରୀ ସାହାଯ୍ୟ ପାଇଁ ପରିବାର ଲୋକେ ଦାବି କରିଛନ୍ତି।