କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳବାସୀ ଏକ ପୋଷ୍ଟର ମାଧ୍ୟମରେ ବାଲିମେଳା ଜଲଭଣ୍ଡାରର ଜଳସ୍ତର କମାଇବାକୁ ଚେତାବନୀ ଦେଇଛନ୍ତି। ବାଲିମେଳା ଜଳଭଣ୍ଡାରରେ ବର୍ତ୍ତମାନ ଜଳ ବୃଦ୍ଧି ପାଇଛି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲିମେଳାରେ ଜଳସ୍ତର ବଢ଼ିବାରୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଫସଲ ଯଥା- ଧାନ, ମାଣ୍ଡିଆ, ସୁଆଁ, ବିରି, ମୁଗ ଆଦି ନଷ୍ଟ ହୋଇଯାଇଥିଲା।
