ନିଆଁ ପୁଇଁବାବେଳେ ମାଡ଼ି ବସିଲା ଭାଲୁ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ପୌରପରିଷଦ ଏମଭି-୨ ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆଜି ସକାଳେ ଗ୍ରାମର ସରକାର ମୁର୍ମୁ(୫୪) ନାମକ ଜଣେ ବୃଦ୍ଧ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ପୁଉଁଥିବାବେଳେ ଅଚାନକ ଏକ ଭାଲୁ ପଛପଟୁ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ପରିବାର ଓ ପୋଡ଼ଶୀ ଘଉଡ଼ାଇବାରୁ ଭାଲୁଟି ଚାଲିଯାଇଥିଲା । ଏଥିରେ ବୃଦ୍ଧଙ୍କ ମୁଣ୍ଡ, ଛାତି ସହ ଅନ୍ୟାନ୍ୟ ଅଙ୍ଗରେ ଆଘାତ ଲାଗି ଲାଗିଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।