ଚଳନ୍ତା ବାଇକରେ ଲାଗିଗଲା ନିଆଁ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଇବ ବ୍ରିଜ ଉପରେ ଆଜି ଅପରାହ୍ଣରେ ଏକ ଚଳନ୍ତା ବାଇକରେ ହଠାତ୍ ଲାଗିଗଲା ନିଆଁ ଯାଇଥିଲା। ବାଇକ ଆରୋହୀ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ବେଲପାହାଡର ସଞ୍ଜିବ କୁମାର ଦେ ଝାରସୁଗୁଡାରୁ ବେଲପାହାଡକୁ ଆସୁଥିଲେ। ତେବେ ବାଇକରୁ ପେଟ୍ରୋଲ ଲିକ ହୋଇ ହଠାତ ନିଆଁ ଲାଗିଯାଇଥିଲା। ବାଇକଟି ହୁ ହୁ ହୋଇ ଜଳିବା ପରେ ସଞ୍ଜିବ ଭୟରେ ଇବ ନଦୀକୁ ଡେଇଁ ପଡିଥିଲେ।