ଏଭେରେଷ୍ଟର ନୂତନ ଉଚ୍ଚତା ଘୋଷଣା କଲା ନେପାଳ

କାଠମାଣ୍ଡୁ,ଏଜେନ୍ସି: ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭେରେଷ୍ଟର ନୂଆ ଉଚ୍ଚତା ଘୋଷଣା କରିଛି ନେପାଳ । ନେପାଳ ଓ ଚୀନ ହିମାଳୟର ଉଚ୍ଚତମ ଶିଖର ଏଭେରେଷ୍ଟର ନୂଆ ଉଚ୍ଚତା ସାର୍ବଜନୀନ କରିଛନ୍ତି । ଏଭେରେଷ୍ଟର ନୂଆ ଉଚ୍ଚତା ୮୮୪୮.୮୬ ମିଟର ବୋଲି ଏହି ଘୋଷଣାରେ କୁହାଯାଇଛି। ପୂର୍ବରୁ ଉଚ୍ଚତାଠାରୁ ଏବେ ଘୋଷିତ ଉଚ୍ଚତା ଅଧିକ । ମଙ୍ଗଳବାର ଅପରାହ୍ନରେ ଏକ ଭର୍ଚୁଆଲ ସମାରୋହରେ ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗୟାୱାଲି, ଜମିଜମା ସଂକ୍ରାନ୍ତ ମନ୍ତ୍ରୀ ପଦ୍ମକୁମାରୀ ଆର୍ଯ୍ୟଲ, ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ପ୍ରମୁଖ ମିିଳିତ ଭାବରେ ଏହି ଘୋଷଣା କରିଥିଲେ ।