କରୋନାରେ ଆକ୍ରାନ୍ତ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଟ୍ୱିଟ କରି ଦେଲେ ସୂଚନା

ଜୟପୁର,ଏଜେନ୍ସି: କରୋନାରେ ଆକ୍ରାନ୍ତ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଏନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଗେହଲଟ। କୌଣସି ଲକ୍ଷଣ ନ ଥିଲେ ବି ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। କରୋନା ପ୍ରୋଟୋକଲ୍ ପାଳନ କରିବା ସହ ସେ ଆଇସୋଲେସନରେ ରହିଛନ୍ତି।

ଟ୍ୱିଟରେ ସେ କହିଛନ୍ତି ଯେ ଆଇସୋଲେସନରେ ରହିଥିବା ବେଳେ ମୁଁ ସୁସ୍ଥ ଅଛି। ସୂଚନା ଅନୁସାରେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୭୯ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ଆରମ୍ଭ ହେବା ଦିନ ଠାରୁ ଏହା ସର୍ବାଧିକ ରେକର୍ଡ଼ ସୃଷ୍ଟି କରିଛି।