ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଡିଓ

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ। ସୂଚନା ଅନୁସାରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ ଏକ ଭଡା ଗାଡି ଯୋଗେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଯାଉଥିବା ସମୟରେ ବିନିକା ବ୍ରିଜ୍ ନିକଟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଏତେ ଟଙ୍କାର କୁଆଡେ ନେଇ ଯାଉଥିଲେ ଓ କେଉଁଠୁ ଆଣିଲେ ତାହାର ହିସାବ ଦେଇ ନପାରିବାରୁ ବିଡିଓଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖିଥିବା ଜଣାପଡିଛି। ଗାଡି ସହିତ ପ୍ରାୟ ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ଭିଜିଲାନ୍ସ ଦ୍ୱାରା ଜବତ କରାଯାଇଛି। ଏହାସହିତ ବିଡିଓ ପଦ୍ମନାଭ ସାମନ୍ତଙ୍କୁ ସବୁର୍ଣ୍ଣପୁର ଭିଜିଲାନ୍ସ ଅଫିସକୁ ନେଇ ଭିଜିଲାନ୍ସ ଟିମ୍ ପଚରାଉଚରା କରୁଥିବା ସୂଚନା ମିଳିଛି।