ରାଜ୍ୟରେ ପୁଣି ୬୯ କୋଭିଡ ଆକ୍ରାନ୍ତ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ଏବେ ହଜାରେ ତଳେ ରହିଥିବା ବେଳେ ଦ୍ୱିତୀୟ ଲହର ଧୀରେଧୀରେ ଆୟତ୍ତକୁ ଆସୁଥିବା ରାଜ୍ୟ ସରକାର କହୁଛନ୍ତି। ଠିକ୍ ଏହି ସମୟରେ ରାଜ୍ୟରେ ଏବେବି ବେଲଗାମ୍ ରହିଛି କରୋନା ମୃତ୍ୟୁ ହାର। ରାଜ୍ୟରେ ଆଉ ୬୯ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାଣ ହରାଇଥିବା ୬୯ ଜଣଙ୍କ ମଧ୍ୟରେ କଟକରୁ ୧୯ ଜଣ, ଅନୁଗୋଳରୁ ୧୦ ଜଣ , ଜଗତସିଂହପୁରରୁ ୯ ଜଣ, ମୟୂରଭଞ୍ଜ ଓ ନୟାଗଡ଼ରୁ ୫ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି। ସେହିଭଳି ବାଲେଶ୍ୱର, ଡେଙ୍କାନାଳ ଓ କେନ୍ଦ୍ରାପଡାରୁ ୪ ଜଣ ଲେଖାଏଁ, ଭଦ୍ରକ୍ ଓ ଯାଜପୁରରୁ ୩ ଜଣ ଲେଖାଏଁ, ପୁରୀରୁ ୨ ଓ କେନ୍ଦୁଝରରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ଏବେ ମୋଟ୍ କରୋନା ଜନିତ ମୃତୁ ସଂଖ୍ୟା ୭,୮୩୪କୁ ବୃଦ୍ଧି ପାଇଛି।