ଶେଷ ହେଲା ଅପେକ୍ଷା, ଆଇପିଏଲ-୨୦୨୨ର ଖେଳସୂଚୀ ଜାରି କଲା ବିସିସିଆଇ

ନୂଆଦିଲ୍ଲୀ,ଏଜେନ୍ସି: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୨ର ଖେଳସୂଚୀ ଜାରି ହୋଇଛି। ବିସିସିଆଇ ତରଫରୁ ଚଳିତ ବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସିଡ୍ୟୁଲ ଜାରି କରାଯାଇଛି।

ସୂଚନା ଅନୁସାରେ, ଚଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ମାର୍ଚ୍ଚ ୨୬ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରୁ ଖେଳାଯିବ।

ସେହିପରି ଶେଷ ମ୍ୟାଚ୍ ମେ ୨୨ ତାରିଖରେ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ। ଏଥର ଆଇପିଏଲ ୧୦ଟି ଦଳକୁ ନେଇ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ସେଥୁରୁ ୭୦ଟି ଲିଗ୍ ମ୍ୟାଚ୍ ରହିଛି। ୧୦ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି।