ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ଅତିଥି ଭବନ ପରିସରରେ ଶାଳବଣ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମହାବିଷୁବ ମିଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ଡ. ମଧୁସୂଦନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ରବୀନ୍ଦ୍ର ନାଥ ରଥ, କୁରେଇର ମୁଖ୍ୟ ସମ୍ପାଦକ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ରକୁମାର ପଣ୍ଡା, ବିଶ୍ଵଜିତ ଜେନା, ଜୟହର ମହାନ୍ତି, ଡ. ବିଶ୍ଵେଶ୍ଵର ଆଚାର୍ଯ୍ୟ, ଉପସଭାପତି ପ୍ରହଲ୍ଲାଦ ପ୍ରସାଦ ଲେଙ୍କା, ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।