ମାର୍ଚ୍ଚ ୨୭ରେ ରିଲିଜ୍ ହେବ ୟଶଙ୍କ ଫିଲ୍ମ କେଜିଏଫ୍‌-୨ର ଟ୍ରେଲର

ନୂଆଦିଲ୍ଲୀ,ଏଜେନ୍ସି: ୨୦୧୮ରେ ରିଲିଜ୍ ହୋଇଥିବା କନ୍ନଡ ଫିଲ୍ମ କେଜିଏଫ୍ ଚାପ୍ଟର ୧ର ଅଭୁତପୂର୍ବ ସଫଳତା ଆଣିଥିଲା। ଯାହା ପରେ ଦର୍ଶକ ଏହାର ଦ୍ୱିତୀୟ ପାର୍ଟ ଦେଖିବାକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ଏହାରି ମଧ୍ୟରେ ଫିଲ୍ମର ଏକାଧିକ ପୋଷ୍ଟର ବ ରିଲିଜ୍ ହୋଇଛି। ଏବେ ୟଶ୍ ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ଏହି ଫିଲ୍ମର ଟ୍ରେଲରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଫିଲ୍ମ ନିର୍ମାତା ଘୋଷଣା କରିଛନ୍ତି ଯେ, ମାର୍ଚ୍ଚ ୨୭ ସନ୍ଧ୍ୟା ୬ଟା ୪୦ରେ କେଜିଏଫ୍ ୨ର ଟ୍ରେଲର ରିଲିଜ୍ ହେବ।

ଏହି ଘୋଷଣା ସହ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ସେୟାର କରାଯାଇଛି। ପୋଷ୍ଟରରେ ୟଶ୍‌ଙ୍କ ଦମଦାର ଲୁକ୍ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ଏହି ଫଟୋ ସହ କ୍ୟାପସନରେ ଲେଖାଯାଇଛି ଯେ, ଝଡ ପୂର୍ବରୁ ସବୁବେଳେ ଘଡଘଡି ମାରେ।

ତେବେ କନଡ ଭାଷାରେ ନିର୍ମିତ ଏହି ଫିଲ୍ମକୁ ହିନ୍ଦୀ, ତେଲୁଗୁ, ତାମିଲ ଓ ମାଲାୟାଲମ୍ ଭଳି ଅନେକ ଭାଷାରେ ଡବିଂ କରାଯିବ। କେଜିଏଫ୍ ୨ ଚଳିତବର୍ଷ ୧୪ ଏପ୍ରିଲରେ ଫିଲ୍ମ ହଲରେ ରିଲିଜ ହେବ।