ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର ନୂଆ ଅଧିନାୟକ

ମୁମ୍ବାଇ,ଏଜେନ୍ସି: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଟିମ୍ ଇଣ୍ଡିଆର ନେତୃତ୍ବ । ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍‌ ଘୋଷଣା କରିଛି ବିସିସିଆଇ । ଏଥିରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତର ନେତୃତ୍ବ ନେବେ ହାର୍ଦ୍ଦିକ । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକ ଦାୟିତ୍ବ ବରିଷ୍ଠ ବ୍ୟାଟ୍‌ର ଶିଖର ଧାୱନଙ୍କୁ ମିଳିଛି । ବାଂଲାଦେଶ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜରେ ରୋହିତ୍ ଶର୍ମା ଅଧିନାୟକ ରହିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍‌:
ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଋଷଭ ପନ୍ତ (ଉପ ଅଧିନାୟକ/ୱିକେଟ କିପର), ଶୁଭମନ ଗିଲ୍‌, ଇଶାନ କିଶନ, ଦୀପକ ହୁଡ୍ଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ(ୱିକେଟ କିପର), ୱାସିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର, ଉମ୍ରାନ ମଲିକ ।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍‌:
ଶିଖର ଧାୱନ(ଅଧିନାୟକ), ଋଷଭ ପନ୍ତ(ଉପ ଅଧିନାୟକ/ ୱିକେଟ କିପର), ଶୁଭମନ ଗିଲ୍‌, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ(ୱିକେଟ କିପର), ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଶାହାବାଜ ଅହମ୍ମଦ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଦୀପକ ଚହର, କୁଲଦୀପ ସେନ, ଉମରାନ ମଲିକ ।

ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍‌:
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ(ୱିକେଟ କିପର), ଇଶାନ କିଶନ(ୱିକେଟ କିପର), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଦୀପକ ଚହର, ୟସ ଦୟାଲ ।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍‌:
ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶୁଭମନ ଗିଲ୍‌, ଚେତେଶ୍ବର ପୂଜାରା, କେଏସ ଭାରତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ ।