ଦିଲ୍ଲୀ ବିମାନ ବନ୍ଦରରେ ୭୦ କୋଟିର ହେରୋଇନ ଜବତ

ନୂଆଦିଲ୍ଲୀ,ଏଜେନ୍ସି: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବଡ ଧରଣର ହେରୋଇନ ଚାଲାଣକୁ ପଣ୍ଡ କରିବାରେ ସଫଳତା ମିଳିଛି । ଜୋହାନ୍ସବର୍ଗରୁ ଦୋହା ଦେଇ ଦିଲ୍ଲୀ ଆସିଥିବା ଜଣେ ବେଲିଜ ନାଗରିକଙ୍କ ବ୍ୟାଗରୁ ପ୍ରାୟ ୯ କେଜି ଓଜନର ହେରୋଇନ ଜବତ କରିଛନ୍ତି ବିମାନ ବନ୍ଦରର ଏୟାର କଷ୍ଟମ ବିଭାଗର ଅଧିକାରୀ । ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ପ୍ରାୟ ୭୦ କୋଟି ହେବ ବୋଲି ଅନୁମାନ କାରଯାଇଛି ।