ମୋର୍ବି ପୋଲ ଅଘଟଣ: ଶୋକ ବ୍ୟକ୍ତ ସହ ସମବେଦନା ଜଣାଇଲେ ପୋଲାଣ୍ଡ ଓ ଆରବ ଏମିରେଟ୍ସ

ନୂଆଦିଲ୍ଲୀ,ଏଜେନ୍ସି: ଗୁଜୁରାଟ ମୋର୍ବିରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣାରେ ବିଦେଶରୁ ଆସିବାରେ ଆସିଛି ଶୋକବାର୍ତ୍ତା । ଶୋକବ୍ୟକ୍ତ କରିଛନ୍ତି ପୋଲାଣ୍ଡ ଓ ସଂଯୁ୍କ୍ତ ଆରବ ଏମିରେଟ୍ସ (ୟୁଏଇ) । ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମୈତୁସଜ ମୋରୱିକି ଅଘଟଣ ନେଇ ଶୋକ ପ୍ରକାଶ କରିବା ସହ ମୃତାହତଙ୍କ ପରିବାରକୁ ସମେବେଦନା ଜଣାଇଛନ୍ତି । ଏପରି ସମୟରେ ପୋଲାଣ୍ଡ ଭାରତର ନାଗରିକଙ୍କୁ ସମବେଦନା ଜଣାଉଛି ବୋଲି ସେ ଟ୍ବିଟ କରିଛନ୍ତି ।

ସେହିପରି ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛି । ସଂଯୁକ୍ତ ଆରବ ଏମିରେଟ୍ସର ବୈଦେଶିକ ବ୍ୟାପାର ଓ ଅନ୍ତର୍ଜାତୀୟ ସମନ୍ବୟ ମନ୍ତ୍ରୀ ଶୈଖ ଅବଦୁଲ୍ଲା ବିନ ଜାଏଦ ଅଲ ନାଏନ ଏମିରେଟ୍ସ ପକ୍ଷରୁ ଭାରତକୁ ସମବେଦନା ଜଣାଇଛନ୍ତି । ହିନ୍ଦୀରେ ଟ୍ବିଟ କରି ସେ କହିଛନ୍ତି, ସେ ସରକାରଙ୍କ ପକ୍ଷରୁ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।