ବିସିସିଆଇର ନିଷ୍ପତ୍ତି: ତୃତୀୟ ଟି୨୦ରେ ମ୍ୟାଚ୍ ଦେଖିବାକୁ ୨୦ ହଜାର ଦର୍ଶକଙ୍କୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାରି ଥିବା ଚଳିତ ଟି-୨୦ ଶୃଙ୍ଖଳାର ଶେଷ ମୁକାବିଲାରେ ୨୦ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି ଦେଇପାରେ। ଆସନ୍ତା ୨୦ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ୟ ଟି-୨୦ ମ୍ୟାଚ ଖେଳାଯିବ। ଏଥିରେ ଅଧିକାଂଶ ବଙ୍ଗାଲ କ୍ରିକେଟ ସଂଘ (ସିଏବି)ର ସଦସ୍ୟ ରହିବେ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସିଏବି ମୁଖ୍ୟ ଅଭିଷେକ ଡାଲମିଆଙ୍କୁ ପଠାଇଥିବା ଇ-ମେଲରେ ଲେଖିଛନ୍ତି ଯେ, ଅନ୍ୟ ପଦାଧିକାରୀଙ୍କ ସହିତ ଆଲୋଚନା ପରେ ଆପଣଙ୍କ ଅନୁରୋଧକୁ ସ୍ୱୀକାର କରାଯାଇଛି। ଆପଣ ଇଡେନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଟି-୨୦ ମ୍ୟାଚ ପାଇଁ ଦର୍ଶକଙ୍କୁ ଅନୁମତି ଦେଇପାରନ୍ତି।

ଡାଲମିଆ କହିଛନ୍ତି ଯେ, ଏହି ନିଷ୍ପତ୍ତି ପାଇଁ ଆମେ ବିସିସିଆଇକୁ ବହୁତ ଧନ୍ୟବାଦ ଜଣାଉଛୁ। ବୋର୍ଡର ଏହି ସହମତି ଦ୍ୱାରା ସିଏବିକୁ ଫେବୃଆରୀ ୨୦ରେ ହେବାକୁ ଥିବା ୩ୟ ଟି-୨୦ ମ୍ୟାଚରେ ନିଜର ଦାୟିତ୍ୱ ପୂରା କରିବାକୁ ସୁଯୋଗ ମିଳିପାରିବ ।