ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସୁରେଶ ମହାପାତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ବିଧିବଦ୍ଧ ଭାବେ ନୂତନ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ର। ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ରାଜ୍ୟ ପ୍ରଶାସନର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହା ପୂର୍ବରୁ ଶ୍ରୀ ମହାପାତ୍ର ଏକାଧିକ ଜିଲ୍ଲାର ଜିଲ୍ଲାପାଳ ସହିତ ଜଳ ସମ୍ପଦ ଓ ଶକ୍ତି, ଜଙ୍ଗଲ ଓ ପରିବେଶ, ଗୃହ, କୃଷି ଓ ଶିଳ୍ପ ଭଳି ପ୍ରମୁଖ ବିଭାଗରେ କାମ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।

ସେହିପରି ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।