ବଦଳିଲେ ବାସେଳିସାହି ଥାନା ଆଇଆଇସି

ପୁରୀ,ଏନ୍ଏନ୍ଏସ୍: ପୁରୀ ପୁଲିସ ହାଜତ ମୃତ୍ୟୁ ଘଟଣା ପରେ ଚର୍ଚ୍ଚାକୁ ଆସିଥିଲା ବାସେଳିସାହି ଥାନା। କେ. ରମେଶ ନାମକ ଜଣେ ଯୁବକ ପୁଲିସ ହେପାଜତରେ ଥିବା ବେଳେ ପ୍ରାଣ ହରାଇଥିଲେ। ତାଙ୍କ ଶରୀରରେ ୧୬ଟି ଆଘାତ ଚିହ୍ନ ଥିବା ବେଳେ ମୁଣ୍ଡରେ ଗଭୀର କ୍ଷତ ଲାଗିଥିବା ଏହି ରିପୋର୍ଟରୁ ଜଣାପଡ଼ିଥିଲା। ପୂର୍ବରୁ ତତ୍‌କାଳୀନ ଏସ୍‌ପି ଅଖିଳେଶ୍ୱର ସିଂଙ୍କୁ ପୁଲିସ ହେଡକ୍ୱାର୍ଟରକୁ ବଦଳି କରାଯାଇଥିବା ବେଳେ ଏବେ ପୁରୀ ବାସେଳିସାହି ଥାନା ଆଇଆଇସିଙ୍କୁ ମଧ୍ୟ ବଦଳି କରାଯାଇଛି। ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ବଳଙ୍ଗା ଆଇଆଇସି ସଞ୍ଜୀବ ପ୍ରଧାନଙ୍କୁ ବାସେଳିସାହି ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି।