ପୁଣି ବଢିଲା ପେଟ୍ରୋଲ ଓ ଡ଼ିଜେଲ ଦର, ଚିନ୍ତାରେ ଗାଡ଼ି ଚାଳକ

ଦିଲ୍ଲୀ,ଏଜେନ୍ସି: ଆଜି ପୁଣି ପେଟ୍ରୋଲ ଦର ଲିଟର ପିଛା ୨୮ ପଇସା ଓ ଡ଼ିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି। ଏହି ମୁଲ୍ୟ ବୃଦ୍ଧି ପରେ ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଦରରେ ବୃଦ୍ଧି ହୋଇଛି। ଏହି ପରିପ୍ରେକ୍ଷୀରେ ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ୯୦ ଟଙ୍କା ଓ ଡ଼ିଜେଲ ଦର ପ୍ରତି ଲିଟର ୮୦ ଟଙ୍କା ହୋଇଛି। ସେହିପରି ଦେଶର ଅନ୍ୟ ସ୍ଥାନ ମାନଙ୍କରେ ପେଟ୍ରୋଲ ଲିଟର ପିଛା ୮୫ ଓ ଡିଜେଲ ଲିଟର ପିଛା ୮୦ ଟଙ୍କାରେ ପହଞ୍ଚିଛି। ତେବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ତୈଳକ ୫୦ ଡ଼ଲାରରେ ବିକ୍ରି ହେଉଥିବାରୁ ଦେଶରେ ତୈଳ ଦର ବୃଦ୍ଧି ହେଉଛି ବୋଲି କୁହାଯାଇଛି।