ସବାଇ ଘାସରେ ତିଆରି ରାଖୀର ବଢୁଛି ଚାହିଦା

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ସବାଇ ଘାସରୁ ତିଆରି ବିଭିନ୍ନ ସାମଗ୍ରୀ ଗୁଡ଼ିକର ଚାହିଦା କେବଳ ଓଡ଼ିଶାରେ ନୁହେଁ ଦେଶ ବିଦେଶରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ଅନୁସୂଚିତ ଜନଜାତି ମହିଳା ଗ୍ରୁପ ଦ୍ୱାରା ସବାଇ ଘାସରେ ପ୍ରସ୍ତୁତ ରାଖୀ ଜନସାଧାରଣରେ ଆଦୃତ ହେବାରେ ଲାଗିଛି। ଅନଲାଇନରେ ଏହି ରାଖୀ ବିକ୍ରି ହେଉଛି। ଏହାର ସର୍ବନିମ୍ନ ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହୋଇଛି। ଓରମାସ ପକ୍ଷରୁ ଏକ୍ଷେତ୍ରରେ ମହିଳାମାନଙ୍କୁ ସମସ୍ତ ପ୍ରକାରର ଜ୍ଞାନକୌଶଳ ଓ ତାଲିମ ପ୍ରଦାନ କରାଯିବା ସାଙ୍ଗକୁ  ମାର୍କେଟିଂର ବ୍ୟବସ୍ଥା କରାଯାଇଛି। ବାରିପଦା ସହରର ଷ୍ଟିଲ ଗୋଲେଇ ପାଖ ମୟୂରଶିଳ୍ପ ପରିସରରେ ଏହି ରାଖୀ ବିକ୍ରି ଆରମ୍ଭ ହୋଇଥିବା ଜଣାପଡ଼ିଛି।