ଲିଭୁନି ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରି କଞ୍ଚାମାଲରେ ଲାଗିଥିବା ନିଆଁ, ୨୪ଘଣ୍ଟା ଧରି ଉଦ୍ୟମ ଜାରି

ଫ୍ୟାକ୍ଟ୍ରି ମାଲିକଙ୍କୁ ପାଉନି ପୁଲିସ୍

ବାରିପଦା,ଏନ୍ଏନ୍ଏସ୍: ବାରିପଦା ସଦର ଥାନା ଚନ୍ଦନପୁର ନିକଟରେ ଥିବା ଏକ ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରି ବାହାରେ ଗଦା ହୋଇଥିବା କଞ୍ଚାମାଲ ଏବଂ ଅଳିଆରେ ଗତକାଲି ଲାଗିଥିବା ନିଆଁ ଆଜିଯାଏ ଲିଭୁନାହିଁ। ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପ୍ରାୟ ୨୪ଘଣ୍ଟାରୁ ଊର୍ଦ୍ଧ ହେବ ଉଦ୍ୟମ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଧୂଆଁ ବାହାରୁଛି। ତେଣୁ ଆସନ୍ତାକାଲି ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀର ଏକ ଟିମ୍ ଏହାକୁ ଜଗି ରହିବେ ବୋଲି ବାରିପଦା ସହକାରୀ ଅଗ୍ନିଶମ ଅଧିକାରୀ ପ୍ରକାଶ ଜେନା ସୂଚନା ଦେଇଛନ୍ତି। ତେବେ ଦୁର୍ଭାଗ୍ୟର କଥା ଏହାଯେ ଏହି ଫ୍ୟାକ୍ଟ୍ରି ମାଲିକଙ୍କର ଦେଖା ଦର୍ଶନ ନାହିଁ। ବାରିପଦା ସଦର ଥାନା ପୁଲିସ୍ ପାଖରେ ମଧ୍ୟ  ମାଲିକଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ।