ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ବାରିପଦା,ଏନ୍ଏନ୍ଏସ୍: ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଜି ମୟୂରଭଞ୍ଜ ଜିଲ୍ଲାଗସ୍ତ କରିଥିଲେ। ଏଠାରେ ସେ ବୈଷୟିକ ଶିକ୍ଷା ତଥା ଦକ୍ଷତା ବିକାଶ ପାଇଁ ପରିଚାଳିତ ଆଇଟିଆଇ, ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ବୈଷୟିକ ତାଲିମ ଶିକ୍ଷା ତଥା ଭିତ୍ତିଭୂମି ବିକାଶ ଆଦିର ଅନୁଧ୍ୟାନ କରିଥିଲେ। ଆଜି ମନ୍ତ୍ରୀ ଶ୍ରୀ ନାୟକ ପ୍ରଥମେ ବାରିପଦା ପୌରପରିଷଦର ତଖତପୁରସ୍ଥିତ ସରକାରୀ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନ ପରିଦର୍ଶନ କରି ସେଠାରେ ଶିକ୍ଷାର୍ଥୀମାନଙ୍କୁ ନେଇ ଆୟୋଜିତ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।