ଓଡ଼ିଶାରୁ ୨୩ ମଧ୍ୟରେ ସ୍ଥାନ ପାଇଲେ ରାକେଶ ଦାସ

ବାରିପଦା,ଏନ୍ଏନ୍ଏସ୍: ଜାତୀୟ ଭଲିବଲ ରେଫରୀ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲା ପୁଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟରତ ରାଜେଶ ଦାସ ଓରଫ ରିଙ୍କୁ କୃତିତ୍ୱ ଅର୍ଜନ କରିଛନ୍ତି। ଭଲିବଲ ଫେଡ଼ରେସନ ଅଫ ଇଣ୍ଡିଆ ପକ୍ଷରୁ ଗତ ସୋମବାର ପ୍ରକାଶ ପାଇଥିବା ରେଜଲ୍ଟରେ ମୟୂରଭଞ୍ଜ ଜିଲ୍ଲାରୁ ଏକ ମାତ୍ର ରେଫରୀ ରିଙ୍କୁ ମନୋନୀତ ହୋଇଛନ୍ତି। ୨୦୧୯ ଡ଼ିସେମ୍ବର ୨୮ରେ ଭୁବନେଶ୍ୱରସ୍ଥିତ କିଟ୍ ରେ ଅନୁଷ୍ଠିତ ହୋଇଥିବା ଜାତୀୟ ରେଫରୀ ପରୀକ୍ଷାରେ ଓଡ଼ିଶାରୁ ୧୧୧ ଜଣ ଅଂଶଗ୍ରହଣ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୨୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।