ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ଦାବିରେ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ବାରିପଦା, ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ଦାବିନେଇ ଆଜି ପୂର୍ବାହ୍ନରେ ବାରିପଦା ବାଘଡ଼ାରୋଡ଼ସ୍ଥିତ ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛି ଭଞ୍ଜସେନା। ବିଦ୍ୟୁତ ୟୁନିଟ୍ ପିଛା ୨୦ପଇସା ବୃଦ୍ଧିକୁ ବିରୋଧ କରିବା ସହ ନିନ୍ଦା କରିଛି । ପୁର୍ବରୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏନେଇ ଅବଗତ କରାଯାଇ ଥିବାବେଳେ ଆଜି କାର୍ଯ୍ୟାଳୟକୁ ଘେରାଉ କରିଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଭଞ୍ଜସେନା କର୍ମୀ। ଏହାସହ ଜିଲ୍ଲାରେ ହାତୀ ଚଳପ୍ରଚଳ ଅଞ୍ଚଳ ଗୁଡିକରେ ନୂତନ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟରେ ଶିଥିଳତା ପ୍ରଦର୍ଶନ ସହ ବାରିପଦା ସହରରେ ଭୂତଳ ବିଦ୍ୟୁତ୍ ସେବା ଆଜି ପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇ ପଡିରହିଛି । ଏହିପରି ବିଭିନ୍ନ ସମସ୍ୟାକୁ ନେଇ ଆଜି ଜିଲ୍ଲା ନେସ୍କୋ ଆଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯଦି ବିଭାଗ ପକ୍ଷରୁ ଦାବି ଶୀଘ୍ର ପୂରଣ କରାନଯାଏ ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତି ସୂଚନା ଦେଇଛନ୍ତି ।