ମୃତ ଶ୍ରେୟା ଆଇଚଙ୍କ ପରିବାରକୁ ସମବେଦନା ଜଣାଇଲେ ବରଗଡ଼ ସାଂସଦ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ବେଲପାହାଡ଼ ଗସ୍ତରେ ଆସି ମୃତ ଶ୍ରେୟା ଆଇଚଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଗତ ୩୦ ତାରିଖ ଗୋମାଡୋରାରେ ଟ୍ରକ୍ ଦୁର୍ଘଟଣାରେ ଶ୍ରେୟାଙ୍କ ମୃତ୍ୟୁ ହୋଇଥିଲା। ଆଜି ଶ୍ରୀ ପୂଜାରୀ ମୃତ ଶେୟାଙ୍କ ଘରକୁ ଯାଇ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବାସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେହିପରି ବେଲପାହାଡ ଗୋମାଡେରାର ଏହି ବ୍ୟସ୍ତବହୁଳ ରାସ୍ତାରେ ଯେପରି ଭାରିଯାନ ଚଳାଚଳ ନକରି ବିକଳ୍ପ ରାସ୍ତାରେ ଚଳାଚଳ କରିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଗତ ୩୦ ତାରିଖ ସକାଳେ ଗୋମାଡେରାରେ ଏକ ଟ୍ରକ୍ ଧକ୍କାରେ ଶ୍ରେୟା ଆଇଚଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ମୃତକଙ୍କୁ କ୍ଷତିପୂରଣ ଓ ଏହି ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ଦାବିରେ ରାସ୍ତାରୋକ କରିଥିଲେ। ଭାରିଯାନ ଚଳାଚଳର ବିକଳ୍ପ ବ୍ୟବସ୍ଥା ପାଇଁ ୭ ଦିନ ମଧ୍ୟରେ ପ୍ରଶାସନ ଟିଆରଏଲ କର୍ତ୍ତୃପକ୍ଷ ଓ ସ୍ଥାନୀୟଲୋକଙ୍କ ମଧ୍ୟରେ ଆଲୋଚନା କରାଯିବାର ପ୍ରତିଶ୍ରୁତି ଦେବାପରେ ଧାରଣା ହଟିଥିଲା।