ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୬ କରୋନା ରୋଗୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୮୬ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୩,୭୨୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୧୮୬ ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୬୨, କନ୍ଧମାଳରୁ ୪୧, ଖୋର୍ଦ୍ଧାରୁ ୩୨, ଗଞ୍ଜାମରୁ ୧୨, ମୟୁରଭଞ୍ଜରୁ ୮, ଅନୁଗୁଳରୁ ୭ ଓ କେଉଁଝର ଜିଲ୍ଲାରୁ ୫ଜଣ ରହିଛନ୍ତି। ସେହିପରି ମାଲକାନଗିରି, ନୟାଗଡ଼ ଓ ପୁରୀରୁ ୪ ଲେଖାଏଁ, ବାଲେଶ୍ୱର, ଦେଓଗଡ଼ ଓ ସୋନପୁରରୁ ୨ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫,୧୬୦ରେ ପହଂଚିଥିବା ବେଳେ ୩,୭୨୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୧,୪୨୬ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।