ଧାନ ବିକ୍ରିରେ ଅନିୟମିତାକୁ ନେଇ ବିଜେପିର ଚକାଜାମ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଖରିଫ ଧାନ ବିକ୍ରିରେ ଦେଖାଦେଇଥିବା ଅନିୟମିତତାକୁ ନେଇ ବିଜେପି ତରଫରୁ ଚକାଜାମ ଆନ୍ଦୋଳନ କରାଯାଇଛି । ବରଗଡ଼ ଅଟଳ ଛକରେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀଙ୍କ ନେତୃତ୍ୱରେ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହାନ ଅଟକି ରହିଥିଲା । ତିନି ଘଣି୍ଟଆ ଏହି ଚକାଜାମ ଆନ୍ଦୋଳନରେ ବିଜେପି ମଣ୍ଡିରେ ଥିବା ଚାଷୀଙ୍କ ସମସ୍ତ ଧାନ ଉଠାଇବାକୁ ଦାବି କରିଛି । ସେହିପରି କଟନୀ ଛଟନୀ ବନ୍ଦ କରାଯିବା, ଚଳିତ ଖରିଫରେ ଅକାମୀ ହୋଇଥିବା ସମସ୍ତ ଟୋକନକୁ ପୁନଃ କାର୍ଯ୍ୟକ୍ଷମ, କେଉଁ ଜିଲ୍ଳାରୁ କେତେଧାନ କିଣାଯାଉଛି ତାହା ଜିଲ୍ଳା ଡିଏଲପିସି ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କରାଯିବାକୁ ବିଜେପି ଦାବି କରିଛି ।

ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ଦାଶ, ଅବନୀକାନ୍ତ ପଣ୍ଡା, ଅମିତ ପଣ୍ଡା, ମିଳନ ସେଠ, ପରୀକ୍ଷିତ ଛତର , ସୁବ୍ରତ ହୋତା, ପ୍ରିୟଦର୍ଶୀନି ଅର୍ଚ୍ଚନା ବାଗ, କୁଶ କୁମ୍ଭାର ସମେତ ବହୁ କାର୍ଯ୍ୟକର୍ତ୍ତା ଚକାଜାମ ଆନ୍ଦୋଳନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତିର ପ୍ରତିବାଦ କରିଥିଲେ । ସେହିପରି ଅମ୍ବାଭୋନା ବ୍ଲକ ଭୁକ୍ତା, ପଦ୍ମପୁର ରାସ୍ତାର ସର୍ଗିବାହାଲ ଏବଂ ବରଗଡ଼-ବଲାଙ୍ଗିର ରାସ୍ତାର ବରପାଲି ଟିଙ୍ଗିପାଲି ଛକ ନିକଟରେ ବିଜେପି ତରଫରୁ ଚକାଜାମ ଆନ୍ଦୋଳନ କରାଯାଇଥିଲା ।