୬୦ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, ବ୍ରିଟେନରେ ସମୁଦ୍ର ପାଣିରେ ବରଫ

ବ୍ରିଟେନ,ଏଜେନ୍ସି: ବ୍ରିଟେନରେ ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ନଦୀର ପାଣି ମଧ୍ୟ ବରଫରେ ପରିଣତ ହେବାରେ ଲାଗିଛି। ବ୍ରିଟେନର ଥମ୍ସ ନଦୀରେ କିଛି ସ୍ଥାନରେ ବରଫ ଜମିଥିବା ଦେଖିବାକୁ ମିଳିଛି। କୁହାଯାଉଛି ୬୦ ବର୍ଷ ପରେ ଏପରି ଥଣ୍ଡା ଅନୁଭୂତ ହେଉଛି। ଉତ୍ତର ବ୍ରିଟେନରେ ଅଧିକାଂଶ ସ୍ଥାନରେ ବିଯୁକ୍ତ ୧୫ ଡିଗ୍ରୀ ତାପମାତ୍ରା ରହିଛି। ବିଭିନ୍ନ ସ୍ଥାନରେ ୪ ଇଞ୍ଚର ବରଫ ଜମିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶନିବାର ଓ ରବିବାର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ପ୍ରବଳ ତୁଷାରପାତ ଯୋଗୁଁ ଡେୱନ, ଫର୍ଣ୍ଣୱାଲ, ସ୍କଟ୍ଲାଣ୍ଡ ସମେତ ବିଭିନ୍ନ ସ୍ଥାନରେ ନିଆଁ ଲାଗିଯାଇଥିବା ଘଟଣା ସାମ୍ନାକୁ ଆସିଛି। ତୁଷାରପାତ ଯୋଗୁଁ ଗଛପତ୍ର ଶୁଖିଯାଉଥିବାରୁ ନିଆଁ ଲାଗି ଯାଉଥିବା କୁହାଯାଉଛି।